Jump to content

ଗ୍ଲୁକାଗନ-ସଦୃଶ ପେପ୍ଟାଇଡ-୧ ରିସେପ୍ଟର ଆଗୋନିଷ୍ଟ

ଉଇକିପିଡ଼ିଆ‌ରୁ
ଗ୍ଲୁକାଗନ-ସଦୃଶ ପେପ୍ଟାଇଡ-୧ ରିସେପ୍ଟର ଆଗୋନିଷ୍ଟ
Drug class
Class identifiers
SynonymsGLP-1 receptor agonists, GLP-1 analogs, incretin mimetics[][]
UseType 2 diabetes, obesity[]
Biological targetGLP-1 receptor[]
Clinical data
Drugs.comDrug Classes
In Wikidata

ଗ୍ଲୁକାଗନ-ସଦୃଶ ପେପ୍ଟାଇଡ-୧ ରିସେପ୍ଟର ଆଗୋନିଷ୍ଟ

(ଇଂରାଜୀ ଭାଷାରେ Glucagon-like peptide-1 receptor agonists/ GLP-1-RA ) ଏକ ଔଷଧ ଶ୍ରେଣୀ ଯାହା ମଧୁମେହ ଟାଇପ ୨ ଏବଂ ମେଦ ବ‌ହୁଳତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ୨୦୨୨ ସୁଦ୍ଧା ଆଥେରୋସ୍କ୍ଲେରୋସିସ ଥିବା ଟାଇପ୍-୨ ମଧୁମେହ ରୋଗୀଙ୍କର କରୋନାରୀଧମନୀ ରୋଗର ସଙ୍କଟ ଥିବାରୁ ଆମେରିକା ଡାଏବେଟିକ ଆସୋସିଏସନ (ADA) ଏହାକୁ ପ୍ରଥମ ଶ୍ରେଣୀର ଔଷଧ ଭାବରେ ତାଲିକାଭୁକ୍ତ କରିଛି ।[] ଏହା ପାଟିରେ ବା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[] ଏଥରେ ନିମ୍ନ ରକ୍ତ ଶର୍କରା ହେବାର ଆଶଙ୍କା କମ୍ ଥାଏ; ଯଦିଓ ଏହ ଫଳରେଅଗ୍ନାଶୟ ପ୍ରଦାହ କିମ୍ବା ଗ୍ୟାଷ୍ଟ୍ରୋପାରେସିସ ହୋଇପାରେ ।[] [] [] ପଶୁ ମଡେଲଗୁଡ଼ିକରେ ଥାଇରଏଡ୍ ସି-ସେଲ୍ ଟ୍ୟୁମର୍ ବିଷୟରେ ଚିନ୍ତା ବଢ଼ୁଛି ।[] ଗର୍ଭାବସ୍ଥାରେ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ ।[] ସେମାନେ ଜିଏଲପି-୧ (GLP-1) ରିସେପ୍ଟରର ସକ୍ରିୟକାରୀ ।[] ସେମାନେ ଇନସୁଲିନ୍ ରିଲିଜ ଅଧିକ କରନ୍ତି ଓ ଉଚ୍ଚ ରକ୍ତ ଶର୍କରା ପ୍ରତିକ୍ରିୟାରେ ଗ୍ଲୁକାଗନ୍ ହ୍ରାସ କରନ୍ତି ଏବଂ ପାକସ୍ଥଳୀ ମନ୍ଥର ଗତିରେ ଖାଲି କରନ୍ତି ।[]

୨୦୦୫ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏକ୍ସେନାଟାଇଡ ନାମରେ ପ୍ରଥମ ଜିଏଲପି-୧-ଆରଏ ଅନୁମୋଦିତ ହୋଇଥିଲା ।[] ୨୦୨୨ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହା ଅପେକ୍ଷାକୃତ ମହଙ୍ଗା ଯାହା ମାସକୁ ପ୍ରାୟ ୧୦୦୦ ଥିଲା ।[] ଲମ୍ବା କାର୍ଯ୍ୟକାରୀ ଇନସୁଲିନ୍ ସହିତ ପୂର୍ବ ମିଶ୍ରିତ ସଂସ୍କରଣ ଅଛି ।[] ଏହାର ଚାହିଦା ବୃଦ୍ଧି ହେତୁ ୨୦୨୩ ମସିହାରେ ଅଭାବ ଦେଖାଦେଇଥିଲା ।[][]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Nauck, MA; Quast, DR; Wefers, J; Meier, JJ (April 2021). "GLP-1 receptor agonists in the treatment of type 2 diabetes - state-of-the-art". Molecular metabolism. 46: 101102. doi:10.1016/j.molmet.2020.101102. PMID 33068776.
  2. "List of Incretin mimetics". Drugs.com (in ଇଂରାଜୀ). Archived from the original on 12 May 2023. Retrieved 23 July 2023.
  3. ୩.୦ ୩.୧ ୩.୨ Collins, Logan; Costello, Ryan A. (2023). "Glucagon-like Peptide-1 Receptor Agonists". StatPearls. StatPearls Publishing. Archived from the original on 8 March 2023. Retrieved 23 July 2023.
  4. ୪.୦ ୪.୧ ୪.୨ ୪.୩ American Diabetes Association Professional Practice Committee (January 2022). "9. Pharmacologic Approaches to Glycemic Treatment: Standards of Medical Care in Diabetes-2022". Diabetes Care. 45 (Suppl 1): S125–S143. doi:10.2337/dc22-S009. PMID 34964831.
  5. Iqbal, J; Wu, HX; Hu, N; Zhou, YH; Li, L; Xiao, F; Wang, T; Jiang, HL; Xu, SN (June 2022). "Effect of glucagon-like peptide-1 receptor agonists on body weight in adults with obesity without diabetes mellitus-a systematic review and meta-analysis of randomized control trials". Obesity reviews : an official journal of the International Association for the Study of Obesity. 23 (6): e13435. doi:10.1111/obr.13435. PMID 35194917.
  6. Young, Clipper F.; Moussa, Marianne; Shubrook, Jay H. (1 August 2020). "Diabetic Gastroparesis: A Review". Diabetes Spectrum. 33 (3): 290–297. doi:10.2337/ds19-0062.
  7. Jankovic, Saša (28 June 2023). "Government declares 'national shortage' of GLP-1 receptor agonists for type 2 diabetes until 2024". The Pharmaceutical Journal. Archived from the original on 20 July 2023. Retrieved 23 July 2023.
  8. Cruz, Jace (11 July 2023). "Global Shortage of Diabetes Medicine 'Ozempic' Could Persist for a Longer Time, Experts Claim". Retrieved 23 July 2023.